ଇନଚାର୍ଜ ଡିଜିପି ହେଲେ ବିଜୟ କୁମାର ଶର୍ମା

ବରିଷ୍ଠ ଆଇପିଏସ ବିଜୟ କୁମାର ଶର୍ମାଙ୍କୁ ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ନିଯୁକ୍ତି କରିଛନ୍ତି ।  ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ବୁଧବାର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି। ପୂର୍ବରୁ ଏହି ପଦବୀରେ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇବା ପରେ ଭାରପ୍ରାପ୍ତ ଅଧିକାରୀ ଭାବେ ବିଜୟ କୁମାର ଶର୍ମା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଜୟ ଶର୍ମା ବର୍ତ୍ତମାନ ଅଗ୍ନିଶମ ବିଭାଗର ଡିଜି ଅଛନ୍ତି। ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚ୍‌ର ଆଇପିଏସ୍। ପୋଲିସ ଡିଜି ଅର.ପି ଶର୍ମା ସ୍ୱେଚ୍ଛାକୃତ ଅବସରକୁ ମଞ୍ଜୁରୀ ମିଳିଲା ପରେ ଭାରପ୍ରାପ୍ତ ଡିଜିପି ଭାବେ ବିକେ ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଛି। ଅର.ପି ଶର୍ମା ପୋଲିସ ଡିଜିରୁ ଅବସର ନେଇ ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟ ନିର୍ବାହ କରିବେ।

Leave a Reply

Your email address will not be published. Required fields are marked *