ଗିରଫ ହେଲେ ଓମର ଅବଦୁଲ୍ଲା ଓ ମେହେବୁବା ମୁଫତି

କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ ଏହାର ପୁନର୍ଗଠନ କରିବା ପରେ କାଶ୍ମୀର ଉପତ୍ୟାକାରେ ଯେପରି ହିଂସା ନ ବ୍ୟାପେ ସେଥିଲାଗି ଅନେକ ପଦେକ୍ଷପ ନେଇଛନ୍ତି। ଏହି ସମୟରେ ହିଂସା ଭିଆଇବା ଭଳି  ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା କରି ରବିବାର ରାତି ଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କୁ ନଜରବନ୍ଦୀ କରାଯାଇ ରଖାଯାଇଥିଲା। କିନ୍ତୁ ସୋମବାର କେନ୍ଦ୍ରସରକାରଙ୍କ ଏଭଳି ନିଷ୍ପତ୍ତି ଆସିବା ପରେ ମେହେବୁବା ଟ୍ୱିଟର୍ ମାଧ୍ୟମରେ ଅନେକ ଉତ୍ତେଜିତ କଲାଭଳି ମନ୍ତବ୍ୟ ଦେଇଥିଲେ। ତେଣୁ ମେହେବୁବା ହିଂସା ସୃଷ୍ଟି କରୁଥିବାରୁ ତାଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରାଯାଇଛି। ଗିରଫ କରିବା ପରେ ତାଙ୍କୁ ହରି ନିବାସ ଗେଷ୍ଟହାଉସକୁ ନିଆଯାଇଛି । ଅନ୍ୟପକ୍ଷରେ ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲାଙ୍କୁ ମଧ୍ୟ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *