ଜମ୍ମୁ କାଶ୍ମୀରରେ କ’ଣ ହେବାକୁ ଯାଉଛି କିଛି ଜଣା ପଡୁନି। କେହି କହିବାକୁ ମୁହଁ ଖୋଲୁନାହାଁନ୍ତି। କିନ୍ତୁ ଏତିକି ଜଣା ପଡୁଛି କିଛି ଗୋଟିଏ ବଡ଼ ଘଟଣା ଘଟିବାକୁ ଯାଉଛି। ପ୍ରଥମେ 10 ହଜାର ପରେ 28 ହଜାର ଏବେ ପୁଣି ବିଭିନ୍ନ ରାଜ୍ୟରୁ ଜମ୍ମୁ କାଶ୍ମୀର ଅଭିମୁଖେ ବୁହା ଚାଲିଛନ୍ତି ସନ୍ୟବାହିନୀ ।
ଆଜି ଏୟାର ଫୋର୍ସର ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶାରୁ କାଶ୍ମୀରି ଅଭିମୁଖେ ଗସ୍ତ କରିଛନ୍ତି ୭୨୦ ଜବାନ। ଜାମ୍ମୁ ଓ କାଶ୍ମୀରରେ ମୁତୟନ ହେବା ପାଇଁ ଓଡିଶାରୁ ଯାଇଛନ୍ତି ୮କମ୍ପାନି ଅର୍ଦ୍ଧ ସାମରିକ ବାହିନୀ। ଭୁବନେଶ୍ୱର ସିଆରପିଏଫ କ୍ୟାମ୍ପରୁ ୮ଟି କମ୍ପାନି ୩ଟି ସ୍ୱତନ୍ତ୍ର ବିମାନଯୋଗେ ଭୁବନେଶ୍ୱରରୁ ଉଡାଣ ଆରମ୍ଭ କରିଛନ୍ତି। ତେବେ ଭାରତୀୟ ବାୟୁ ସେନାର ଜରୁରୀ ସେନା ମୁତୟନ ନେଇ ଏଭଳି ତିନୋଟି ଫ୍ଲାଇଟ ଯୋଗେ ଜମ୍ମୁ କାଶ୍ମୀର ଯାଇଥିବା ସୂଚନା ମିଳିଛି।