ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଚତୁର୍ଥ ସଂସ୍କରଣ ଆରମ୍ଭ

ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଚତୁର୍ଥ ସଂସ୍କରଣ ଉତ୍ତରକାଶୀଠାରେ ଆରମ୍ଭ ହୋଇଛି। ଓଡ଼ିଶା ସରକାର ଏବଂ ଟାଟା ଷ୍ଟିଲ୍‌ ଆଡଭେଞ୍ଚର ଫାଉଣ୍ଡେସନ୍‌ ମିଳିତ ଆନୁକୂଲ୍ୟରେ ଏହି ଅଭିଯାନ ୨୦୧୬ରୁ ଚାଲିଆସିଛି। ଚଳିତ ଥର ଏଭେରେଷ୍ଟର୍‌ ଗଣେଶ ଚନ୍ଦ୍ର ଜେନାଙ୍କ ନେୂତୃତରେ ୩୦ ଜଣିଆ ଦଳ ଅଭିଯାନ ଆରମ୍ଭ କରିଛନ୍ତି। ଏହି ପ୍ରାରମ୍ଭିକ ଶିବିର ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଓଡ଼ିଶାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ୨୦୧୬ରେ ଯୁବକ ଯୁବତୀଙ୍କୁ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ବିଜୁ ପଟ୍ଟନାୟକ ହିମାଳୟ ପର୍ବତାରୋହଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଏହାକୁ ଯୁବସମାଜ ମଧ୍ୟରେ ଦୁଃସାହାସୀକତା, ଶୃଙ୍ଖଳା, ଦଳଗତ ମନୋଭାବ ଏବଂ ନେତୃତ୍ୱ ପଣିଆ ଜଗାଇବା ନିମିତ୍ତ ଆରମ୍ଭ କରାଯାଇଥିଲା ।

୩୦ ଜଣିଆ ଓଡ଼ିଶା ଦଳ: ମମାଲିସା ଗୁଡିଆ, ପ୍ରଭାସିନୀ ବେହେରା, ରଚିତା ନାୟକ, ଏ ବାଳକୃଷ୍ଣ ରେଡ୍ଡୀ, ବିବେକାନନ୍ଦ ମେହେର, ଟୁଲୁ ସେଲ, ରୋଶନ ରୁଶବା ଦାଶ, ଦେବାଶିଷ ଲେଙ୍କା, ରମ୍ଭା ବାଗ, ଦେବାଶିଷ ମହାନ୍ତ, ଦୁଖିବଂଧୁ ମାଝୀ, ମାନସୀ ପ୍ରଧାନ, ବିଭାରାଣୀ ପାତ୍ର, ନୀତା ବିଶୋଇ, ପ୍ରୀତି ପୋଢ, ରିଙ୍କି ସାହୁ, ସସ୍ମିତା ପ୍ରଧାନ, ପ୍ରକାଶ କୁମାର ତରାଇ, ପ୍ରକାଶ କୁମାର ବେହେରା, ଶୁଭ୍ରାଂଶୁ ଶେଖର ସାହୁ, ମନୋଜ କୁମାର ଡାକୁଆ, ପ୍ରଦୀପ୍ତ ମହାନ୍ତି, ଅଭିନାଶ ସାହୁ, ସୂର୍ଯ୍ୟ କାନ୍ତ ନାଏକ, ରୁଦ୍ରନାରାୟଣ ଲେଙ୍କା, ସତ୍ୟବ୍ରତ ଦାସ, ସୌଭାଗ୍ୟ କୁମାର ରଥ, ଅଭିଷେକ ବେହେରା, ଶ୍ରୀମନ୍ତ କୁମାର ପାଣି, ସମେଶ କୁମାର ନାଏକ ।

Leave a Reply

Your email address will not be published. Required fields are marked *