କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଏବେ ନୂଆ ମୋଡ ନେଇଛି। କୁନ୍ଦୁଲି ଗଣ ଦୁଷ୍କର୍ମ ଅଭିଯୋଗ ମିଛ ବୋଲି ବିଧାନସଭାରେ କମିସନଙ୍କ ରିପୋର୍ଟ ଉପସ୍ଥାପନ ହେବା ପରେ ରଜନୀତି ସରଗରମ ହୋଇଛି। କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଓ ଆତ୍ମହତ୍ୟା ନେଇ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆସିଛି। ତେବେ ଦୁଷ୍କର୍ମ ଅଭିଯୋଗକୁ ମନଗଢ଼ା ଓ ମିଛ ବୋଲି କମିଶନ କହିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ହଟଚମଟ ଦେଖାଦଇଛି।
କଂଗ୍ରେସ କହିଛି ପ୍ରଥମେ ଗୋଟିଏ ରିପୋର୍ଟ ଆସିଥିଲା କୁନ୍ଦୁଲି ପିଡିତାଙ୍କ ସହ ଦୁଷ୍କର୍ମ ହୋଇଛି, ପୁଣି କଛିଦିନ ପରେ ଆଉ ଏକ ରିପୋର୍ଟ ଆସୁଛି ଦୁଷ୍କର୍ମ ହୋଇନି। ଏହା କିପରି ସମ୍ଭବ। କୁନ୍ଦୁଲି ମାମଲାକୁ ସାଧାରଣରୁ ହଟାଇବା ପାଇଁ ସରକାର ଚକ୍ରାନ୍ତ କରି ଏହାକୁ ଚପାଇବାକୁ ଚେଷ୍ଟା କରୁଛନ୍ତି । ସେପଟେ ବିଜେପି କହିଛି ଏହି ମାମଲାରେ ଅଧିକ ତଦନ୍ତର ଆବଶ୍ୟକତା ରହିଛି। ସରକାର କୁନ୍ଦୁଲି ମାମଲାକୁ ଚପାଇବାକୁ ଚେଷ୍ଟା କରୁଥିଲେ। ରାଜ୍ୟସରକାର ଜାଣିଶୁଣି ତଦନ୍ତରେ ହସ୍ତକ୍ଷେପ କରି ଦିଗ ଭ୍ରମିତ କରିଛନ୍ତି।