ପେଶାରେ ବରା ଦୋକାନୀ, ନିଶା ବଡିବିଲ୍ଡିଂ:ଚେନ୍ ବିକି ଚୀନ ଖେଳିବାକୁ ବାହାରିଛନ୍ତି ରଶ୍ମି,ଦେଖନ୍ତୁ ଭିଡିଓ

ପେଶାରେ ବରା ଦୋକାନ, ହେଲେ ନିଶା କିନ୍ତୁ ଭିନ୍ନ। ନିଶା ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟ ତିଆରି କରି ଅନ୍ତର୍ଜାତୀୟ ବଡି ବିଲ୍ଡିଂରେ ପଦକ ଜିତିବା। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅନ୍ତର୍ଜାତୀୟ ବଡି ବିଲ୍ଡିର ରଶ୍ମିରଂଜନ ସାହୁ। ଆସନ୍ତା ସେପ୍ଟେମ୍ବରରେ ଚୀନରେ ହେବାକୁ ଥିବା ଏସିଆନ୍ ବଡିବିଲ୍ଡିଂ ଚାମ୍ପିୟନସିପରେ ସେ ଅଶଂଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର 11ରୁ 17 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରୁ ଏକମାତ୍ର ବଡିବିଲ୍ଡର ଭାବେ ସେ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତ ଅର୍ଜନ କରିଛନ୍ତି। ହେଲେ ଏହି ପ୍ରତିଯୋଗିତା ପାଇଁ ଏବେ ଅର୍ଥ ବାଧକ ସାଜିଛି। ଚାଇନା ଯିବାକୁ ହେଲେ ରଶ୍ମିରଂଜନଙ୍କୁ 1.5 ଲକ୍ଷ ଟଙ୍କା ଆବଶ୍ୟକ ରହିଥିବା ବେଳେ ସେ ଏତେ ଟଙ୍କା କେଉଁଠି ଆଣିବେ ସେନେଇ ଚିନ୍ତାରେ ରହିଛନ୍ତି। ରାତି ପାହିଲେ ଅର୍ଥ ଚିନ୍ତା କରି ସେ ସଠିକ ଅଭ୍ୟାସ କରିପାରୁନାହାଁନ୍ତି। ଅଭ୍ୟାସ ଛାଡି ସେ ବିଭିନ୍ନ ଆଡୁ ସ୍ପନସର୍ ଯୋଗାଡ଼ରେ ବ୍ୟସ୍ତ ରହୁଛନ୍ତି। ଶେଷରେ ରାଜ୍ୟସରକାରଙ୍କ କ୍ରୀଡ଼ା ବିଭାଗ 50 ପ୍ରତିଶତ ଖର୍ଚ୍ଚ ବହନ କରିବ ବୋଲି ପ୍ରତିଶ୍ରୁତି ଦେବାପରେ ରଶ୍ମିରଂଜନଙ୍କ ପାଇଁ ଆଶା ସଞ୍ଚାର ହୋଇଛି। ତଥାପି ଆଉ 50 ପ୍ରତିଶତ ଅର୍ଥ କେଉଁଠି ଆଣିବେ ସେ ନେଇ ରଶ୍ମି ଆଶା ଆଶଙ୍କାରେ ରହିଥିଲେ। କିଛି ରାସ୍ତା ନ ମିଳିବାରୁ ଶେଷରେ ସୁନା ଚେନ୍ ଓ ମୁଦି ବିକିବାକୁ ବାଧ୍ୟ ହୋଇଛନ୍ତି। ସେଥିରୁ ଯେଉଁ ଟଙ୍କା ଆସିଛି ସେଥିରେ ସେ ଚୀନ ଯାଇ ଏହି ପ୍ରତିଯୋଗିତା ଖେଳିବାକୁ ମନସ୍ତ କରିଛନ୍ତି।  

Leave a Reply

Your email address will not be published. Required fields are marked *