ବର୍ଷା ଆଣିଲା ଦୁଖଃ। ବର୍ଷା ପାଣି ଯୋଗୁ ଅନେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଦେଖା ଦେଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟତ ଠପ୍ ହୋଇଯାଇଛି। କେଉଁଠି ପୋଲ ଭାଙ୍ଗିଗଲାଣିତ କେଉଁଠି ଘରେ ପାଣି ପସିଲାଣି। ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କକକରକୋଣ୍ଡା ଏବଂ ପଟେରୁ ଅଞ୍ଚଳରେ ଦେଖିବାକୁ ମିଳିଛି। ଅତ୍ୟଧିକ ବର୍ଷା ଯୋଗୁଁ ପୋଲ ଉପରେ 5 ଫୁଟ ଉଚ୍ଚର ପାଣି ଚାଲୁଥିବା ବେଳେ ମାଲକାନଗିରି-କାଲିମେଳା-ମୋଟୁ ଅଞ୍ଚଳର ଯାତାୟତ ଠପ୍ ହୋଇ ପଡିଛି।
ବ୍ରିଜ ଉପରେ ପାଣି ଚାଲିବାରୁ ସାଧାରଣ ଲୋକ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଲାଇଫ୍ ଜାକେଟ୍ ପିନ୍ଧାଇ ରାସ୍ତା ପାର କରାଉଛନ୍ତି। ଆଗକୁ ଆହୁରି ପାଣି ବଢିବ ବୋଲି ସୂଚନା ମିଳିଥିବା ବେଳ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।