ପୋଲ ଉପରେ 5 ଫୁଟ୍ ଉଚ୍ଚରେ ପାଣି: କାଲିମେଳା ବାହ୍ୟ ଜଗତରୁ ବିଚ୍ଛିନ୍ନ, ଦେଖନ୍ତୁ ଭିଡିଓ

ଲଗାଣ ବର୍ଷାଯୋଗୁ ହନ୍ତସନ୍ତ ଲୋକେ। କେଉଁଠି ପୋଲ ଭାଙ୍ଗିଗଲାଣିତ କେଉଁଠି ଘରେ ପାଣି ପସିଲାଣି। ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କକକରକୋଣ୍ଡା ଏବଂ ପଟେରୁ  ଅଞ୍ଚଳରେ ଦେଖିବାକୁ ମିଳିଛି। ଅତ୍ୟଧିକ ବର୍ଷା ଯୋଗୁଁ ପୋଲ ଉପରେ 5 ଫୁଟ ଉଚ୍ଚର ପାଣି ଯାତାୟତ କରୁଥିବା ବେଳେ ମାଲକାନଗିରି-କାଲିମେଳା-ମୋଟୁ ଅଞ୍ଚଳରେ ଗାଡି ମଟର ଯିବା ଆସିବା ଠପ୍ ହୋଇ ପଡିଛି। ବ୍ରିଜ ଉପରେ ପାଣି ଚାଲିବାରୁ ସାଧାରଣ ଲୋକ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପ୍ରଶାସନ ସଜାଗ ରହିଥିବା ବେଳେ କାଲିମେଲା ଅଗ୍ନିସମ ବିଭାଗ ଲୋକଙ୍କୁ ସୁରକ୍ଷାରେ ବ୍ରିଜ଼ ପାର କରାଉଛି।

Leave a Reply

Your email address will not be published. Required fields are marked *