କଟକରେ ଭିକାରୀଙ୍କ ସଂଖ୍ୟା ସର୍ବାଧିକ। ବିଧାନସଭାରେ ଭିକାରୀ ପ୍ରସଙ୍ଗରେ ବିରୋଧି ଦଳ ନେତାଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତଥ୍ୟ ରଖି କହିଛନ୍ତି। ରାଜ୍ୟରେ ଥିବା ଭିକାରିଙ୍କ ସଂଖ୍ୟା ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି। ବିରୋଧୀ ଦଳ ନେତାଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ବର୍ତମାନ ସୁଦ୍ଧା ଓଡ଼ିଶାରେ ମୋଟ ୬୩୯୦ ଭିକାରି ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଜଣ ଭିକାରି ଅଛନ୍ତି । ଏହି କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲା ଦ୍ୱିତୀୟରେ ରହିଛି । ବଲାଙ୍ଗୀରରେ ୭୦୮ଭିକାରି ରହିଥିବା ସୂଚନା ମିଳିଛି । ଏହା ପରେ ମୟୂରଭଞ୍ଜ ଜିଲ୍ଲାରେ ୪୮୫, ଗଞ୍ଜାମରେ ୪୫୮, ପୁରୀରେ ୧୨୦, ବୈାଦ୍ଧରେ ୧୯ ଓ ମାଲକାନଗିରିରେ ୨୧, ଦେବଗଡ଼ରେ ସର୍ବନିମ୍ନ ୧୬ଜଣ ଭିକାରି ରହିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।