ପୁଣି କାନ୍ଧରେ ବୁହା ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା, ଦେଖନ୍ତୁ ଭିଡିଓ…

ପୁଣି ଲଜ୍ଜା। କାନ୍ଧରେ ବୁହା ହୋଇ ଡାକ୍ତରଖାନ ଗଲେ ଗର୍ଭବତୀ ମହିଳା। ଏଭଳି ଘଟଣା ନୂଆପଡା ବ୍ଲକ ସିନାପଲି ଅଞ୍ଚଳରେ ଦେଖିବାକୁ ମିଳିଛି। ସିନାପଲି ବିଛିନ୍ନାଂଚାଳ ରିତାରମା ଗାଁରେ ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ନଦୀ ପାର କରୁଛନ୍ତି ଗାଁ ଲୋକେ।

ଏହି ଗାଁର ଦିଲେଶ୍ୱର ଚିନ୍ଦାଙ୍କ ସ୍ତ୍ରୀ ନିରୁ ଚିନ୍ଦାଙ୍କୁ ପ୍ରସବ ବେଦନା ହୋଇଥିଲା। ଗାଁକୁ ରାସ୍ତା ନ ଥିବାରୁ କାନ୍ଧରେ ଭାର କରି ଗାଁ ଲୋକେ ଗର୍ଭବତୀଙ୍କୁ ଡାକ୍ତରଖାନ ନେଇଥିଲେ। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ବ୍ୟବସ୍ଥା କରିଥିଲେ ମଧ୍ୟ ଏହି ଗାଁରେ ସେ ସବୁ ସୁବିଧା ଅପହଞ୍ଚ।

Leave a Reply

Your email address will not be published. Required fields are marked *