ପାଣିପାଗ ବିଭାଗ କଲା ସତର୍କ: ଆସୁଛି ଆଉ ଏକ ଲଘୁଚାପ

ଆହୁରି ସପ୍ତାହେ କାଚିବ ବର୍ଷା, ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ପଶ୍ଚିମବଙ୍ଗ ନର୍ଥ ପାର୍ଟରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ଏବେ ବର୍ଷା ଲାଗି ରହିଛି।ଏହାରି ଭିତରେ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାରି ଭିତରେ ଆଉ ଏକ ଲଘୁଚାପ ଖବର ଲୋକଙ୍କୁ ଚିନ୍ତାରେ ପକାଇଛି।

ସୃଷ୍ଟ ଲଘୁଚାପ ଯୋଗୁ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗତ 24 ଘଣ୍ଟା ଭିତରେ ବଲାଙ୍ଗୀରରେ ସର୍ବାଧିକ 101 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ସର୍ବାଧିକ 87 , କୋରାପୁଟରେ 37 ଓ ଟିଟିଲାଗଡ଼ରେ ସର୍ବାଧିକ 32 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚଳିତ ଲଘୁଚାପ ଯୋଗୁଁ ଆସନ୍ତା 24 ଘଣ୍ଟା ଭିତରେ ସୋନପୁର, କଳାହାଣ୍ଡି, ନବରଙ୍ଗରପୁର, କନ୍ଧମାଳ କୋରପାଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି । ଏହାସହ କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା ଜିଲ୍ଲା ସହ ଆଭ୍ୟନ୍ତରିଣ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି କୁହାଯାଇଛି। ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା 59 ନମ୍ବର ରାଜପଥ ଧୋଇଯାଇଛି । ଫଳରେ କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେପଟେ ବର୍ଷା ଯୋଗୁ ବନ୍ୟ ସ୍ଥିତି ସୃଷ୍ଟି ହେଲେ ଏହାକୁ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *