କଟକରେ ମାତିଛି ସାଇକୋ କିଲର। 48 ଘଣ୍ଟାରେ ତିନି ତିନି ଜଣଙ୍କୁ ହତ୍ୟା କରାଯାଇଛି। ତିନି ଦିନ ପରେ ବି କଟକରେ ଅଜଣା ଅପରାଧୀର ପତା ପାଉନି କମିଶନରେଟ ପୋଲିସ। ପୋଲିସର ଅପରସେନ ସାଇକୋ କିଲର ଫେଲ ହେବାକୁ ଯାଉଛି। ଶୁନଶାନ ରାତିରେ କିଲରକୁ ଧରିବା ପାଇଁ ରାତିରେ ପୋଲିସର ପଇଁତରା ମାରୁଥିଲେ ବି ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି। ଫୁଟପାଥରେ ଶୋଉଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଉଛି ହେଲେ ଅପରାଧୀକୁ ଧରି ପରୁନି ପୋଲିସ। କଟକରେ ଲୋକେ ଏବେ ଭୟରେ ରାତି କାଟୁଛନ୍ତି। ଘଟଣା ଘଟିଥିବା ଓ ତା ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ। ସାଇକୋ କିଲରକୁ ଧରିବା ପାଇଁ କମିଶନରେଟ ପୋଲିସ ଗଠନ କରିଛି ସେ୍ପଶାଲ ଟିମ।
କେବେ ଧରା ପଡିବ ସାଇକୋ କିଲର। କେଉଁଠାରେ ହୋଇଛି ଅଣ୍ଡର ଗ୍ରାଉଣ୍ଡ। ପୋଲିସର ବୁଧବାର ନାଇଟ ପ୍ରାଟୋଲିଂ ପରେ ମର୍ଡରରେ ଉପରେ ବ୍ରେକ ଲଗାଇଛି ଦୁର୍ବୁତ୍ତ। ଏଠି ପ୍ରଶ୍ନ ଉଠୁଛି ପୋଲିସର ଗିତିବିଧି ଓ ପ୍ରତିଟି ଷ୍ଟେପ ଉପରେ ନଜର ରଖୁଛି ସାେଇାକ କିଲର? ହତ୍ୟାକାରୀ ଜଣଙ୍କ ମାନସିକ ବିକଳାଙ୍ଗ ବୋଲି ପୋଲିସ କହୁଛି। ତେବେ ଦେଖିବାର କଥିା କେବେ ଗିରଫ ହେଉଛି ସାଇକୋ କିଲର। ଏଭଳି ହତ୍ୟା କରିବା ପଛରେ କଣ ରହିଛି କାରଣ।