ଭାରତର ସେନାମୁଖ୍ୟଙ୍କ ମନ୍ତବ୍ୟ ପରେ ଆଜି ରାତିରେ ଶାନ୍ତିରେ ଶୋଇପାରିବେନି ପାକିସ୍ତାନବାସୀ

୧୯୯୯ କାରଗିଲ ଯୁଦ୍ଧକୁ ପୂରିଛି ୨୦ ବର୍ଷ। କାରଗିଲରେ ଶତ୍ରୁପକ୍ଷକୁ ନିପାତ କରି ବିଜୟର ଧ୍ୱଜା ଉଡାଇଥିଲେ ଭାରତର ବୀର ଯବାନ। ଜୁଲାଇ ୨୬, ୧୯୯୯ରେ କାରଗିଲ ଜୟ କରି ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତୀୟ ବାୟୁସେନା, ନୌସେନା ଓ ସ୍ଥଳସେନା। ଯୁଦ୍ଧ ଘୋଷଣା ହେଲା ଏବଂ ୨ ମାସରୁ ଅଧିକ ସମୟ ଚାଲିଲା। ମେ ୩, ୧୯୯୯ରେ ଆରମ୍ଭ ହୋଇଥିଲା କାରଗିଲ୍‌ ଯୁଦ୍ଧ। ୭୦ରୁ ଅଧିକ ରେଜିମେଣ୍ଟ ଏଥିରେ ଅଂଶଗ୍ରହଣ କରିଥିଲେ। ୩୦୦ ମୋଟାର ବ୍ୟବହାର କରାଯାଇଥିଲା। ଭାରତ, ପାକିସ୍ତାନ ବିପକ୍ଷ ଏ ଯୁଦ୍ଧରେ ୫୨୭ ସୈନିକଙ୍କୁ ହରାଇଥିଲା। ୨ ଲକ୍ଷ ୫୦ ବମ୍‌ କ୍ୟାନନ୍‌ ଫାୟାର କରାଯାଇଥିଲା। ୩୦୦ ଜେଟ୍‌ ବ୍ୟବହାର ହୋଇଥିଲା। ୮୪ ଦିନ ଯାଏଁ ଚାଲିଥିଲା ଯୁଦ୍ଧ। ଆଜି ଭାରତର ଏ ଗୌରବମୟ ଇତିହାସକୁ ପୁରିଛି ୨୦ ବର୍ଷ। ସବୁଠି ବୀର ଯବାନଙ୍କୁ ପ୍ରଶଂସା କରାଯାଉଛି।

ଏହି ଅବସରରେ ସ୍ଥଳ ସେନା ମୁଖ୍ୟ ବିପିନ୍‌ ସିଂହ ରାଓ୍ଵତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ପୁଲଓ୍ଵାମା ଆକ୍ରମଣ ନେଇ ଭାରତ ପାଖରେ ପାକିସ୍ତାନ ବିପକ୍ଷରେ ଯଥେଷ୍ଟ ପ୍ରମାଣ ରହିଥିବା ଜେନେରାଲ୍‌ ରାଓ୍ଵତ କହିଛନ୍ତି। ପାକିସ୍ତାନ ସବୁ ବେଳେ ମିଛ କହିବା ବନ୍ଦ କରୁ ଏବଂ ଆତଙ୍କବାଦୀଙ୍କ ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଆହ୍ଵାନ ଦେଇଛନ୍ତି। ତା ନହଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହୁ ପାକିସ୍ତାନ। ପାକିସ୍ତାନ ଯଦି ନ ସୁଧୁରେ ତେବେ ପୁଣି ଥରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ପଛେଇବ ନାହିଁ। ଆଉ ଏଥର ଯଦି ଯୁଦ୍ଧ ହେବ ତେବେ ଯୁଦ୍ଧ ଗୋଟିଏ ଦିନରୁ ଅଧିକ ସମୟ ଲାଗିବ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *