ୟେଦୁରପ୍ପାଙ୍କ ଶପଥ ଗ୍ରହଣ ସମୟ କାହିଁକି ବଦଳିଲା: ଜାଣନ୍ତୁ କାରଣ

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ୟେଦୁରପ୍ପା ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ରାଜଭବନ ପରିସରରେ ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି। ଏହାପୂର୍ବରୁ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ ବୋଲି ଦାବି ଜଣାଇଥିଲେ। ରାଜ୍ୟପାଳ ସମ୍ମତି ପ୍ରକାଶ କରିବା ପରେ ୟେଦୁରପ୍ପା ଆଜି ସନ୍ଧ୍ୟା ୬ରୁ ୬.୧୫ ଭିତରେ ଶପଥ ପାଠ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସନ୍ଧ୍ୟା ୬ଟା ୩୦ରେ ୟେଦୁରପ୍ପା ଶପଥ ଗ୍ରହଣ କରିଥିଲେ। କୁହାଯାଉଛି ୟେଦୁରପ୍ପା ଜ୍ୟୋତିଷଶାସ୍ତ୍ରକୁ ଅଧିକ ବିଶ୍ୱସ କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ୬ଟା ୩୦ ତାଙ୍କ ପାଇଁ ଶୁଭ ସମୟ ହୋଇଥିବାରୁ ଏହି ସମୟରେ ସେ ଶପଥ ଗ୍ରହଣ କରିବାକୁ ନିସ୍ପତି ନେଇଥିଲେ।

ଅନ୍ୟପଟେ ଆସନ୍ତା ୩୧ ତାରିଖ ୟେଦୁରପ୍ପାଙ୍କ ପାଇଁ ଅଗ୍ନିପରୀକ୍ଷା ସାବ୍ୟସ୍ଥ ହେବ। ସରକାର ଗଠନ ପରେ ଏହି ଦିନ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ପଡ଼ିବ। ଆସ୍ଥାଭୋଟ ପରେ ଅନ୍ୟ ମନ୍ତ୍ରୀ ମାନଙ୍କୁ ଶପଥପାଠ କରାଯିବ ବୋଲି ଜଣାଯାଇଛି।  ବିଜେପି ପାଇଁ ମନ୍ତ୍ରିମଣ୍ଡଳ ଗଠନ କରିବା ମୁସ୍କିଲ ହେବ। ୩୪ ଜଣ ବିଧାୟକଙ୍କୁ ହିଁ କ୍ୟାବିନେଟରେ ଜାଗା ମିଳିପାରେ।  ଏହି ପଦ ପାଇଁ ବିଜେପିରେ ପ୍ରାୟ ୬୦ ଜଣ ଦାବିଦାର ଅଛନ୍ତି। ଏହା ବ୍ୟତୀତ ୧୦ ଜଣ ବିଦ୍ରୋହୀ ବିଧାୟକଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ଏମିତି ହେଲେ ପାର୍ଟିରେ ଅନେକ ବରିଷ୍ଠ ନେତା ଅସନ୍ତୁଷ୍ଟ ହୋଇ ପାରନ୍ତି। ତେଣୁ ସରକାର କେତଦିନ ତିଷ୍ଟି ରହିବ ତାକୁ ନେଇ ମଧ୍ୟ ଆଶଙ୍କା ରହିଛି। ପୂର୍ବରୁ ୟେଦୁରପ୍ପା ୩ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ କୌଣସି ଥର ନିଜର କାର୍ଯ୍ୟକାଳ ସଂପୂର୍ଣ୍ଣ କରିପାରିନାହାନ୍ତି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ପରେ ୟେଦୁରପ୍ପା ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ଏହି ସରକାର ମାତ୍ର ୩ଦିନ ତିଷ୍ଠି ପାରିଥିଲା। ଆସ୍ଥା ଭୋଟ୍‌ ପୂର୍ବରୁ ହିଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। 

Leave a Reply

Your email address will not be published. Required fields are marked *