କାଶ୍ମୀରରେ ମିଥ୍ୟା ପ୍ରଚାର କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: 8ଟି ଟ୍ୱିଟର୍ ଆକାଉଣ୍ଟ ବ୍ଲକ୍

ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ମିଥ୍ୟ ଖବର ପ୍ରଚାର ଓ ପ୍ରସାର କରୁଥିବା ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରିଛି ଗୃହ ବିଭାଗ। କିଛି ବ୍ୟକ୍ତି ଟ୍ଵିଟର ଓ ଅନ୍ୟ ସୋସିଆଲ ମିଡିଆର ବ୍ୟବହାର କରି ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଅପପ୍ରଚାର କରୁଥିଲେ । ଏହା ମାଧ୍ୟମରେ ଦେଶରେ ସାଂପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ।  ଯାହାକୁ ନେଇ ସରକାର ସତର୍କ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେତେକ ନିର୍ଦ୍ଦିଷ୍ଟ ଟ୍ଵିଟର ଆକାଉଣ୍ଟକୁ ବ୍ଲକ୍‌ କରାଯାଇଛି।  ଏହି ଟ୍ଵିଟର ଆକାଉଣ୍ଟ ଗୁଡିକ ହୁରିୟାତ ନେତା ସୟଦ ଅଲି ଶାହ ଗିଲାନୀଙ୍କ ଲୋକମାନେ ଚଳାଉଥିବା ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସରକାର ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି। ଏହା ସତ୍ତ୍ୱେ ହୁରିୟାତ ନେତାଙ୍କ ଇସାରାରେ ପାକିସ୍ତାନରୁ ଅପରେଟ ହେଉଥିବା କେତେକ ଟ୍ଵିଟର ଆକାଉଣ୍ଟ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ଜଣାପଡିଛି।   

Leave a Reply

Your email address will not be published. Required fields are marked *