ଭାରତରେ ଆଜି ପୁଣି ନୂଆ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ଆଇସୋଲେଶନରେ ଅଛନ୍ତି ୩୩୭

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ଥିବା ବେଳେ ଆଉ ନୂଆ ଆଠ ଜଣଙ୍କୁ ଏହି ଭାଇରସ ସଂକ୍ରମଣ ହୋଇଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ରବିବାର କେରଳରେ ୫ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଅମୃତସରରେ ୨,ଗୁଡ଼ଗାଓ୍ବଁରେ ୧, ଦିଲ୍ଲୀରେ ୩, ଜୟପୁରରେ ୧୭, ଲଦାଖରେ ୨, ଗାଜିଆବାଦ୍‌ରେ ୧, ଆଗ୍ରାରେ ୬ଜଣଙ୍କଠାରେ କରୋନା ସଂକ୍ରମଣ ଲକ୍ଷଣ ଥିବା କୁହାଯାଉଛି। ସେହିପରି ତେଲେଙ୍ଗାନାରେ ୧ ଏବଂ ତାମିଲନାଡୁରେ ୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ସୁରକ୍ଷା ଦୃଷ୍ଟିରୁ ୩୩୭ ଜଣ ଲୋକଙ୍କୁ ଆଇସୋଲେଶନରେ ରଖାଯାଇଛି। ସେମାନଙ୍କଠାରୁ ସଂଗୃହୀତ ନମୂନା ଯାଞ୍ଚ୍‌ ପାଇଁ ପଠାଯାଇଛି। ଏହି ଭାଇରସ ଅତି ଖୀପ୍ର ଗତିରେ ବ୍ୟାପୁଥିବାରୁ ଏହାକୁ ରୋକିବାକୁ ସରକାରଙ୍କୁ ନକେଦମ ହେବାକୁ ପଡ଼ିଲାଣି। ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଦିନକୁ ଦିନ ନୂଆ ଲୋକଙ୍କୁ ଏହା ସଂକ୍ରମଣ ହେଉଛି।

Leave a Reply

Your email address will not be published. Required fields are marked *