ବିଶ୍ୱ ପାଇଁ ମହାବିପତ୍ତି: ଦିନକୁ ଆକ୍ରାନ୍ତ ହେଉଛନ୍ତି 1 ଲକ୍ଷ ଓ ଆଖିବୁଜୁଛନ୍ତି 5000

ବିଶ୍ୱବାସୀଙ୍କୁ କରୋନା କରୁଛି କଲବଲ। ବିଶ୍ୱର ଅନେକ ଦେଶର ଅବସ୍ଥା ଏବେ ସଙ୍କଟାପର୍ଣ୍ଣ ରହିଛି। ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନା ଠାରୁ ଆରମ୍ଭ କରି ଅନେକ ଶକ୍ତିଶାଳୀ ଦେଶ କରୋନା ଭାଇରସ ଆଗରେ ଆତ୍ମସମର୍ପଣ କରିଦେଇଛନ୍ତି। ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଚାଲିଛି ଏହି ଭାଇରସ। ପ୍ରତ୍ୟେକ ଦିନ ବିଶ୍ୱବ୍ୟାପୀ ପାଖାପାଖି ଏକ ଲକ୍ଷ ଏହି ଭାଇରସ ଦ୍ୱାରା ଶିକାର ହେଉଛନ୍ତି। ଏହି ସଂଖ୍ୟା ଅତି ଖୀପ୍ର ଗତିରେ ବୃଦ୍ଧି ମଧ୍ୟ ପାଉଛି। ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ 5 ହଜାରରୁ ଅଧିକ ବୃଦ୍ଧି ହେଉଛି। ଏପର୍ଯ୍ୟନ୍ତ ସୁଦ୍ଧା କରୋନା ଭାଇରସରେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି 8 ଲକ୍ଷ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ୩୮ ହଜାରରେ ପହଞ୍ଚିଛି। ଯଦି ଖୁବଶୀଘ୍ର କରୋନା ଭାଇରସର ଔଷଧ ବାହାର କରାନଯାଉଛି ତେବେ ବିଶ୍ୱରେ ସ୍ଥିତି କଣ ହେବ ତାହା କହିବା ଏବେ ମୁସ୍କିଲ। ତଥାପି ରାତିଦିନ ଏକ କରି ଅନେକ ଡକ୍ଟର, ସାଇଣ୍ଟିଟ୍ସ୍ ଏହି ଭାଇରସର ରୋକିବାକୁ ଲାଗିପଡିଛନ୍ତି।

Leave a Reply

Your email address will not be published. Required fields are marked *