ପ୍ରବାସୀ ଓଡ଼ିଆଙ୍କୁ ନେଇ ପୁଣି ଥରେ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଟ୍ରେନ୍। ଗତକାଲି ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଆଜି ବିଭିନ୍ନ ରାଜ୍ୟରୁ ଟ୍ରେନ୍ ଓଡ଼ିଶା ଆସୁଛି। ଆଜି ୫ଟି ଟ୍ରେନରେ ମହାରାଷ୍ଟ୍ର, ଗୁଜୁରାଟ ଓ ତାମିଲନାଡୁରୁ ପ୍ରବାସୀ ଓଡ଼ିଆ ଓଡିଶା ଫେରୁଛନ୍ତି। ପୂର୍ବରୁ କେରଳ ଓ ଗୁଜୁରାଟରୁ ପ୍ରବାସୀ ଟ୍ରେନ ଯୋଗେ ଓଡ଼ିଶା ଆସିଥିବା ବେଳେ ଏବେ ଆଉ ଦୁଇଟି ରାଜ୍ୟରୁ ପ୍ରବାସୀ ଫେରୁଛନ୍ତି। ଏହି ଟ୍ରେନ୍ ସୁରତ, ଅହମଦାବାଦ,ମହାରାଷ୍ଟ୍ର,ତାମିଲନାଡୁ ଓ ଆନ୍ଧ୍ରରୁ ଆସୁଥିବା ସୂଚନା ରହିଛି। ହଜାର ହଜାର ଓଡ଼ିଆଙ୍କୁ ନେଇ ଏହି ଟ୍ରେନ୍ ଆସୁଥିବା ବେଳେ ଅସନ୍ତା କାଲି ଏହା ଓଡ଼ିଶାରେ ପହଞ୍ଚିବ। ଆଜି ଟ୍ରେନ୍ ଛାଡ଼ିବା ବେଳେ ପ୍ରବାସୀ ଓଡ଼ିଆମାନେ ଜୟ ଜଗନ୍ନାଥ ଓ ଜୟ ଓଡ଼ିଶାର ନାରା ଦେଇଥିଲେ।