ଭାରତର ଦ୍ୱିତୀୟ ସର୍ଜିକାଲ୍ ଷ୍ଟ୍ରାଇକ୍: ୧୦ ଜଣ ପାକ୍ ସେନା ନିହତ, ୩ଟି ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ

ସୀମାରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଉଥିବା ବେଳେ ଭାରତ ଦୃଢ ଜବାବ ଦେଇଛି। ଭାରତୀୟ ସେନା ରବିବାର ପାକ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରି ୩ଟି ଆତଙ୍କବାଦୀ କ୍ୟାମ୍ପକୁ ଉଡାଇ ଦେଇଛି। ଏନେଇ ସେନାଧ୍ୟକ୍ଷ ବିପିନ ରାୱତ ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ ଟ୍ୟାଙ୍କ, ତୋପ ନିୟୋଜିତ ହୋଇଥିଲା ଯେଉଁଥିରେ ୬ରୁ ୧୦ ଜଣ ପାକିସ୍ତାନ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଫଳରେ ସେଠାରେ ହାଇଆଲର୍ଟ ଜାରି କରାଯାଇଛି ବୋଲି ସେ କହିଛନ୍ତି। ଉଭୟ ପକ୍ଷର ଗୁଳିବିନିମୟରେ ଭାରତୀୟ ସେନାର ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି। ଏହା ସହ ଜଣେ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଏହାସହ ଭାରତୀୟ ସେନାକୁ ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *