ପୁଣି ଫାଶୀରୁ ବର୍ତ୍ତିବା ପାଇଁ ନୂଆ ଚାଲ୍ ଆପଣାଇଲେ ନିର୍ଭୟା ଦୋଷୀ

ଫାଶୀ ପାଇବାର ତିନି ଦିନ ପୂର୍ବରୁ ପୁଣି ଆଉ ଏକ ନୂଆ ଚାଲ ଚଳାଇଛି ବହୁଚର୍ଚ୍ଚିତ ନିର୍ଭୟା ଦୋଷୀ। ଏବଂ ତାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି  ଓକିଲ ଏ.ପି ସିଂହ। ଫାଶୀ ଅପେକ୍ଷାରେ ଥିବା ୪ ଦୋଷୀଙ୍କ ମଧ୍ୟରୁ ତିନିଜଣ ଅକ୍ଷୟ, ପଓ୍ଵନ ଓ ବିନୟ ଫାଶୀରୁ ବର୍ତ୍ତିବା ପାଇଁ ଅନ୍ତର୍ଜାତୀୟ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଏହି ଫାଶୀ ଦଣ୍ଡ ଉପରେ ସ୍ଥଗିତାଦେଶ ଲଗାଇବାକୁ ସେମାନେ ଆବେଦନ କରିଛନ୍ତି। ଅନ୍ତର୍ଜାତୀୟ ନ୍ୟାୟାଳୟ ଏହି ଘଟଣାରେ ହସ୍ତକ୍ଷେପ କଲେ ଫାଶୀ ତାରିଖ ପୁଣି ଘୁଞ୍ଚିବାର ଆଶଙ୍କା ଦେଖାଦେଇଛି। ଗତ ମାର୍ଚ୍ଚ ୫ରେ ଦିଲ୍ଲୀର ଏକ କୋର୍ଟ ପୁଣି ଥରେ ଏକ ମୃତ୍ୟୁପରଓ୍ଵାନା ଜାରି କରି ଆସନ୍ତା ୨୦ ସକାଳ ୫ଟା ୩୦ରେ ଫାଶୀ ଦିଆଯିବାକୁ ରାୟ ଦେଇଥିଲେ।

Leave a Reply

Your email address will not be published. Required fields are marked *