ଆଜି ଥିଲା ବିଜେପୁର ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପିର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି। ତିନି ପ୍ରମୁଖ ଦଳ ନିଜ ନିଜ ରଣକୌଶଳ ଏବେ ମୈଦାନରେ।
ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଏବଂ ଶେଷରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ଆସି ନାମାଙ୍କନ ଦାଖଲ କରିଛନ୍ତି। ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ସେମାନେ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି। ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୩ ତାରିଖ ରହିଛି। ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଏବଂ ୨୪ ତାରିଖରେ ଭୋଟ ଗଣତି ହେବ ।