କରୋନା ଭାଇରସ ଏବେ ବିଶ୍ୱବ୍ୟାପୀ ତାର କରାଳ ରୂପ ଦେଖାଇ ସାରିଛି। ଅନେକ ଦେଶ ଏବେ କରୋନା ଆଗରେ ଆତ୍ମସମର୍ପଣ କରିସାରିଛନ୍ତି। ବିଶ୍ୱର ଅନେକ ମହାଶକ୍ତି କରୋନା ବିରୋଧରେ ହାର ମାନି ସାରିଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁ ବିଶ୍ୱବ୍ୟାପୀ 12 ଲକ୍ଷ 25 ହଜାର ଲୋକ ସଂକ୍ରମିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ 2.5 ଲକ୍ଷ ଲୋକ ଭଲ ହୋଇସାରିଥିବା ବେଳେ 67 ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି। ସେପଟେ କରୋନା ଭାଇରସ ଅମେରିକାରେ ସର୍ବାଧିକ କ୍ଷତି କରିଛି। ଆମେରିକାରେ ଏପର୍ଯ୍ୟନ୍ତ 3 ଲକ୍ଷ 12 ହଜାର ଲୋକ କରୋନା ସଂକ୍ରମଣ ହୋଇଥିବା ବେଳେ ଏଠାରେ 8 ହଜାର 500 ଲୋକଙ୍କ ଜୀବନ ଯାଇସାରିଲାଣି। ସେପଟେ ସ୍ପେନରେ 12418, ଇଟାଲୀରେ 15362, ଫ୍ରାନ୍ସରେ 7560 ଓ ଇଂଲଣ୍ଡରେ 4932 ଲୋକଙ୍କ ମୃତ୍ୟୁ ହୋଇସାରିଛି।