ନବୀନଙ୍କ ପରେ ଆଉ ଜଣେ ଓଡ଼ିଆ ସେଲିବ୍ରିଟିଙ୍କୁ କେବିସିରୁ ଡାକରା। ସେ ଆଉ କେହି ନୁହଁନ୍ତି, ଖୁବଶୀଘ୍ର କେବିସିରେ ନଜର ଆସିବେ ଧାବିକା ରାଣୀ ଦୂତିଚାନ୍ଦ। କେବିସିର ହଟ୍ ସିଟରେ ଦୂତି ବସିବାକୁ ଯାଉଛନ୍ତି। ଏଥିପାଇଁ ତାଙ୍କୁ ଡାକରା ଆସିଛି। ଦୂତି ଦ୍ୱିତୀୟ ଓଡ଼ିଆ, ଯାହାଙ୍କୁ କେବିସି ତାର ନିଜ ତରଫରୁ ଆମନ୍ତ୍ରଣ କରିଛି। ଏହା ପୂର୍ବରୁ ହକି ବିଶ୍ୱକପ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେବିସି ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଥିଲା।
ସର୍ବଦା ଟ୍ରାକରେ ବଡ଼ ବଡ଼ ପ୍ରତିଯୋଗୀଙ୍କୁ ସାମ୍ନା କରିଆସିଥିବା ଦୂତି ଏଥର ବିଗ-ବିଙ୍କ ଟାର୍ଗେଟରେ ରହିବେ। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ରଖିବେ। ଏଥିପାଇଁ ସେ ଆଗାମୀ ସପ୍ତାହରେ ସୁଟିଂ ପାଇଁ ମୁମ୍ବାଇ ଯିବେ। ଦୌଡରଣୀ ଦୂତିଚାନ୍ଦଙ୍କ ଜଲବା ଟ୍ରାକରେ ସମସ୍ତେ ଦେଖିଥିବା ବେଳେ ଏଥର ତାଙ୍କ ଜଲବା କେବିସିରେ ଦେଖିବକୁ ମିଳବ। ଲୋକପ୍ରିୟ ‘ଶୋ’ କୌନ ବନେଗା କରୋଡପତିରେ ଅମିତାଭ ବଚ୍ଚନଙ୍କ ସହ ହଟ ସିଟରେ ତାଙ୍କୁ ଦେଖିବାକୁ ମିଳିବ। ଏଥର ଟ୍ରାକରେ ନୁହେଁ ଷ୍ଟୁଡ଼ିଓର ହଟ୍ ସିଟରେ ବସି ଖେଳିବେ ଦୂତି। ଅମିତାଭଙ୍କ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେବେ ଦେଶର ଦ୍ରୁତତ୍ତମ ଧାବିକା। ଓଡ଼ିଶାବାସୀଙ୍କ ସହ ସାରା ଦେଶ ତାଙ୍କୁ ଦେଖିବ। ଯାହାକୁ ନେଇ ଦୂତି ବେଶ ଉତ୍ସାହିତ ଅଛନ୍ତି। ପୂର୍ବରୁ ଦୂତି କପିଲ ଶର୍ମା ଶୋରେ ନଜର ଆସିଥିଲେ।