ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ୍ରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ବେଳେ ବ୍ରିଜ ତଳକୁ ଖସି ପଡ଼ିଥିଲା। ବ୍ରିଜ ତଳକୁ ଯାତ୍ରୀବାହୀ ବସ୍ ଖସି ପଡ଼ିଥିବା ବେଳେ ୨୯ ମୃତ ଏବଂ ୧୦ରୁ ଅଧିକ ଆହତ ହୋଇଛନ୍ତି । ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଉତ୍ତରପ୍ରଦେଶର ଯମୁନା ଏକ୍ସପେ୍ରସ ୱେରେ ବସଟି ଦୁର୍ଘଟଣାଗସ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଗୁରୁତର ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘଟଣା ନେଇ ଗଭୀର ଦୁଃଖପ୍ରକାଶ କରିବା ସହ ଗୁରୁତର ମାନଙ୍କୁ ଚିକିତ୍ସା ସୁବିଧା ପାଇଁ ଉପଲବ୍ଧ କରାଇବାକୁ ସ୍ଥାନୀୟ ଜିଲ୍ଲାପାଳଙ୍କୁ କୁହାଯାଉଛି। ବସଟି ଦ୍ରୁତ ଗତିରେ ଚାଲିଥିବା ବେଳେ ଯାତ୍ରୀମାନେ ସୋଇରହିଥିଲେ ବୋଲି କୁହାଯାଉଛି ।