ଭୁବନେଶ୍ବର : ରାଜ୍ୟରେ କୋରୋନା ସ୍ଥିତି ଦିନକୁ ଦିନ ବଢିବାରେ ଲାଗିଛି। ରାଜ୍ୟରେ ପ୍ରତିଦିନ ହଜାର ହଜାର କୋରୋନା ଭୁତାଣୁ (coronavirus) ମାମଲା ସାମ୍ନାକୁ ଆସୁଛି। ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି। ଅନ୍ୟପଟେ ଓଡିଶାବାସୀଙ୍କ ପାଇଁ ଏକ ଅଶ୍ୱସ୍ତିକର ଖବର ଏହା ଯେ ରାଜ୍ୟର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସିଛି। ଏହି କ୍ରମରେ ୮ ତାରିଖ ମଙ୍ଗଳବାର ରାଜ୍ୟରେ ୨୭୮୭ ଜଣ କୋରୋନା ସଂକ୍ରମିତ (COVID-19 positive) ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରୁଛନ୍ତି।