ବିଶ୍ୱରେ ୯.୫ ଲକ୍ଷ ଆକ୍ରାନ୍ତ,୪୮ ହଜାର ମୃତ, ଭାରତରେ ଗତ ୪୮ ଘଣ୍ଟାରେ ସ୍ଥିତି ସଙ୍ଗୀନ

ବିଶ୍ୱରେ କରୋନା ଏବେ ସାଂଘାତିକ ରୂପ ନେଲାଣି। ବିଶ୍ୱରେ ଏପର୍ଯ୍ୟନ୍ତ କରୋନା ପାଇଁ ପାଖାପାଖି 9 ଲକ୍ଷ 50 ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 48 ହଜାରରେ ପହଞ୍ଚିଛି। ଏପର୍ଯ୍ୟୱ୍ତ ସୁଦ୍ଧା ଆମେରିକାରେ ସର୍ବାଧିକ କ୍ଷତି ପହଞ୍ଚାଇଛି କରୋନା। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ 2ଲକ୍ଷ15 ପାର କରିଥିବା ବେଳେ 5110 ଲୋକଙ୍କ ଜୀବନ ଗଲାଣି। ସେହିପରି ଇଟାଲୀରେ ମ଼ତ୍ୟୁଂ ସଂଖ୍ୟା 13 ହାଜରେ ଟପିଛି। ସ୍ପେନରେ 9387, ଫ୍ରାନ୍ସରେ  4032, ଚୀନରେ 3312, ଇରାନରେ 3036,ଇଂଲଣ୍ଡରେ 2352 ଜଣ ଲୋକ କରୋନା ଯୋଗୁଁ ଆଖିବୁଜିସାରିଲେଣି। ସେପଟେ ଭାରତରେ ମଧ୍ୟ ଏହା ତୀବ୍ର ଗତିରେ ବ୍ୟାପି ଚାଲିଛି। ଭାରତରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 2000 ପାର କରିଥିବା ବେଳେ 58 ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲେଣି। ଗତ 48 ଘଣ୍ଟାରେ ଭାରତରେ ପାଖାପାଖି 700 ଲୋକ ସଂକ୍ରମିତ ହୋଇଥିବା କୁହାଯାଉଛି। ନିଜାଉଦ୍ଦିନ ଧାର୍ମିକ ସମାବେଶ ପରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *