ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରତରୁ ଓଡ଼ିଶା ଆସୁଥିବା ଆଉ ଦୁଇଟି ବସ ଦୁର୍ଘଟଣାଗସ୍ତ ହୋଇଛି। ଗତକାଲି ସନ୍ଧ୍ୟରେ କଳିଙ୍ଗା ଘାଟିରେ ସୁରଟ ପ୍ରବାସା ବସ୍ ଓଲଟିବାର ୨୪ଘଣ୍ଟା ନପୂରୁଣୁ ପୁଣି କଳିଙ୍ଗା ଘାଟି ସହ ନାଗପୁର-ଅମରାବତୀ ଜାତୀୟ ରାଜପଥ ନିକଟରେ ବସ୍ ଦୁର୍ଘଟଣ ହୋଇଛି । ଗତକାଲି ଘଟିଥିବା ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଘଟିଥିବା ଦୁଇଟି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନାହିଁ । ତେବେ ଆଜି ପୁଣି ଥରେ କଳିଙ୍ଗା ଘାଟିରେ ଗୋଟିଏ ଯାତ୍ରୀବାସୀ ବସ୍ ଦୁର୍ଘଟଣାଗସ୍ତ ହୋଇଛି। ବସ୍ଟି ସୁରଟରୁ ଗଞ୍ଜାମ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୫ରୁ ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ପ୍ରବାସୀଙ୍କୁ ନେଇ ଆସୁଥିବା ଅମ୍ବିକା ନାମକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ନଂ- GJ0-6ZZ9559 ହୋଇଥିବା ବେଳେ ବସ୍ରେ ମୋଟ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ପ୍ରବାସୀଙ୍କୁ ନେଇ ଆସୁଥିବା ଆଉ ଏକ ସୁରତ ଫେରନ୍ତା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଟି ନାଗପୁର ଅମରାବତୀ ଜାତୀୟ ରାଜପଥ ନିକଟରେ ହୋଇଛି । ବସ୍ଟି ସୁରତରୁ ପ୍ରବାସୀଙ୍କୁ ନେଇ ଗଞ୍ଜାମ ଫେରୁଥିଲା। ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ 5 ଜଣ ଗୁରୁତର ଭାବେ ଆହତ ହୋଇଥିବାର ସୂଚନା ମିଳିଛି।