କରୋନା ଯୋଗୁ ବିଶ୍ୱବ୍ୟାପୀ ପ୍ରତିଦିନ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଥିବାବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି। କରୋନାର ପ୍ରକୋପ ସବୁଠୁ ଅଧିକ ଘାତକ ରହିଛି ଆମେରିକା ଓ ୟୁରୋପରେ। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିସାରିଛି। ଆଜି ସୁଦ୍ଧା ଆମେରିକାରେ ଏକ ଲକ୍ଷ ତିନି ହଜାର ଲୋକ କରୋନା ଭାଇରସରେ ସଂକ୍ରମଣ ହୋଇସାରିଛନ୍ତି। ଏହାସହ ଏଠାରେ ୧୮୭୪୭ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସ୍ପେନ୍ରେ ମଧ୍ୟ ମୃତ୍ୟୁ ସଂଖ୍ୟା ୧୬ ହଜାର ଅତିକ୍ରମ କରିଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୨୭୨ରେ ପହଞ୍ଚିଛି। ସେପଟେ ଇଟାଲୀରେ ସର୍ବାଧିକ ମୃତ୍ୟୁ ଖବର ଆସିଛି। ଏଠାରେ ପାଖାପାଖି ୧୯ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୭ ହଜାର ୫୭୭ ରହିଛି। ଅନ୍ୟପଟେ ବିଶ୍ୱରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଟପିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷରେ ପହଞ୍ଚିଛି। ଶେଷ ଖବର ସୁଦ୍ଧା ବିଶ୍ୱରେ ୧୭ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧ଲକ୍ଷ ୨ ହଜାର ୭୩୪ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ କରୋନା ଆକ୍ରାନ୍ତ ହୋଇଥିବା ୩ ଲକ୍ଷ ୬୯ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ସାରିଲେଣି।