କରୋନା ପାଇଁ କଳାବଜାରୀ, ଜାଣନ୍ତୁ ୧୦ ଟଙ୍କାର ମାସ୍କକୁ କେତେରେ ବିକୁଛନ୍ତି ଦୋକାନୀ

ବିଶ୍ୱ ପାଇଁ ବିପଦ ପାଲଟିଥିବା କରୋନା ଭୂତାଣୁ ପାଇଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବଜାର ଉପରେ ଏହାର ପ୍ରଭାବ ପଡ଼ିଛି। ମାସ୍କର ଚାହିଦା ବଢ଼ିଥିବା ବେଳେ ମେଡିସିନ୍‌ ଷ୍ଟୋର୍‌ଗୁଡ଼ିକ ଏହାର ଫାଇଦା ଉଠାଉଛନ୍ତି। ମାତ୍ର ୩୦ ଟଙ୍କାର ମାସ୍କକୁ ୧୫୦ ଟଙ୍କା ଓ ୧୦ ଟଙ୍କା ମାସ୍କକୁ ୪୦ ଟଙ୍କାରେ ବିକ୍ରି କରି ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। କେବଳ ଏତିକି ନୁହେଁ ସାନିଟାଇଜରକୁ ମଧ୍ୟ ଦୋକାନୀ ଚଢ଼ା ଦରରେ ବିକ୍ରି କରୁଥିବା ଜଣାପଡ଼ିଛି। ଏପରି ଘଟଣା ନଜରକୁ ଆସିବା ପରେ କମିସନରେଟ୍ ପୁଲିସ ଷ୍ଟୋର ଉପରେ ଚଢ଼ଉ କରିଛି। ଚଢ଼ଉ ବେଳେ ମାସ୍କର ବ୍ୟାପକ କଳାବଜାର ହେଉଥିବା ଜଣାପଡ଼ିଛି। କମିସନରେଟ୍ ପୋଲିସ୍ ବିଭିନ୍ନ ଟିମ୍ ଗଠନ କରି ଚଢଉ ଆରମ୍ଭ କରିଛି। ପୁଲିସ କମିସନର୍‌ଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱର ଓ କଟକର ସମସ୍ତ ଥାନାଧିକାରୀ ନିଜ ନିଜ ଅଞ୍ଚଳରେ ଚଢ଼ଉ କରିଥିଲେ। ପାଖାପାଖି ୧୦୦ଟି ମେଡିସିନ୍ ଷ୍ଟୋର୍‌ରେ ପୁଲିସ ଚଢ଼ଉ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *