ବିପର୍ଯ୍ୟସ୍ତ ହେଲାଣି ବିଏସଏନଏଲ ସେବା

ସରକାର ତୁରନ୍ତ ଅାଥିର୍କ ସହାୟତା ନଦେଲେ ବିଏସଏନଏଲ ବୁଡ଼ିଯିବ । ଏମିତିକି ଜୁନ ମାସର କର୍ମଚାରୀ ଦରମା ୮୫୦ କୋଟି ଟଙ୍କା ଦିଆଯାଇ ନାହିଁ । ବିଏସଏନଏଲର ବରିଷ୍ଠ ଜେନେରାଲ ମ୍ୟାନେଜର ତଥା କପୋର୍ରେଟ ବଜେଟ ଏବଂ ବ୍ୟାଙ୍କିଂ ଡିଭିଜନ କଥା ବୁଝୁଥିବା ପୂରନ ଚନ୍ଦ୍ର, ଟେଲିକମ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କୁ ଏମିତି ଲେଖିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଏସଏନଏଲର ୧୩ ହଜାର କୋଟି ଟଙ୍କା ବକେୟା ପଡ଼ିଥିବାବେଳେ ୨୦୧୮ ଡିସେମ୍ବର ସୁଦ୍ଧା ୯୦ ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିଲା । ବିଏସଏନଏଲର ମାସିକ ରୋଜଗାର ଏବଂ ଖର୍ଚ୍ଚ ମଧ୍ୟରେ ଅାକାଶ ପାତଳ ଫରକ । ତେଣୁ ଏଭଳି ସ୍ଥିତିରେ ସରକାର ଅାଥିର୍କ ସହାୟତା ନଦେଲେ ସଂସ୍ଥା ବୁଡ଼ି ଯିବ ବୋଲି ‘ସେଭ ଅାଓ୍ଵାର ସିପ୍‌’-ଏସଓଏସ ଚିଠି ଲେଖିଛନ୍ତି ବରିଷ୍ଠ ଜେନେରାଲ ମ୍ୟାନେଜର ପୂରନ ଚନ୍ଦ୍ରା । ଗତ କିଛି ବର୍ଷ ଧରି ନିମ୍ନଗାମୀ ହେବାରେ ଲାଗିଛି ଏକଦା ଦେଶର ପ୍ରମୁଖ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ଥିବା ବିଏସଏନଏଲ । କର୍ମଚାରୀ ଦରମା ବଢିଚାଲିଥିବାବେଳେ ପରିଚାଳନାଗତ ତ୍ରୁଟି ମଧ୍ୟ ବଢୁଛି । ବର୍ତ୍ତମାନ 4G ପୁରୁଣା ହୋଇ 5G ଅାସିବାକୁ ଯାଉଥିବାବେଳେ ଦୁଃଖର ବିଷୟ, ବିଏସଏନଏଲ ଏଯାଏଁ 4G ସେବା ଦେଇପାରିନାହିଁ ।

Leave a Reply

Your email address will not be published. Required fields are marked *