ପାଟଣାଗଡ଼ ବିଧାୟକ ସରୋଜ ମେହେର ଅଟକ। ବିଧାୟକଙ୍କୁ ନୂଆପଡ଼ାରୁ ଆଣି ବଲାଙ୍ଗିରର କୌଣସି ଅଜଣା ସ୍ଥାନରେ ରଖାଯାଇଥିବା ସୂଚନା ମିଳିଛି। ପାଟଣାଗଡ଼ର ଜେଇ ଜୟକାନ୍ତ ଶବରଙ୍କୁ ଉଠ୍ ବସ ମାମଲାରେ ପାଟଣାଗଡ଼ ବିଧାୟକଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ବିଧାୟକଙ୍କୁ ଅଟକ ରଖାଯାଇଛି। ବେଲପଡ଼ା ବ୍ଲକ ଗମ୍ଭାରୀ ଗାଁରେ ନିମ୍ନମାନର ରାସ୍ତା କାମ ନେଇ ଅଭିଯୋଗ ହୋଇଥିଲା। ଏହାପରେ ଜୁନ୍ ୫ତାରିଖରେ ବିଧାୟକ ସରୋଜ ମେହେର ରାସ୍ତା କାମ ତଦାରଖ କରିବାକୁ ଯାଇଥିଲେ। ତେବେ ସେଠାରେ କ୍ସନ ମୋଡ୍କୁ ଆସି ଜେଇଙ୍କୁ ବସଉଠ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣା ନେଇ ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ। ବିଧାୟକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ତେଜିଥିଲା ଆନ୍ଦୋଳନ। ଜିଲ୍ଲା ଆଦିବାସୀ ସଂଘ ଓ ଜିଲ୍ଲା ଡିପ୍ଲୋମା ଇଂଜିନିୟ ସଂଘ ରାସ୍ତାକୁ ଓହ୍ଲାଇଥିଲା। କାର୍ୟ୍ୟାନୁଷ୍ଠାନ ନହେଲେ ଆସନ୍ତା ୨୬ତାରିଖରେ ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ ସଂଘ ଚେତାବନୀ ଦେଇଥିଲା ।